Author: TRUPTIMAYEE SAHOO

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଅକାଳ ବିୟୋଗ ସମ୍ପୂର୍ଣ୍ଣ ରାଜନୈତିକ ଜଗତ ଓ ସାଧାରଣ ଲୋକମାନଙ୍କୁ ଦୁଃଖରେ ଆଣି ଦେଇଛି। ଜାନୁଆରୀ ୨୮ ତାରିଖରେ ବାରାମତି, ମହାରାଷ୍ଟ୍ରରେ ଘଟିଥିବା ବିମାନ ଦୁର୍ଘଟଣାରେ ତାଙ୍କ ଅକାଳ ମୃତ୍ୟୁ ସମ୍ପନ୍ନ ହୋଇଛି । ଏହି ଦୁର୍ଘଟଣାରେ ଅଜିତ୍ ପାୱାରଙ୍କ ସହିତ ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଯାଦବଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ସକାଳ ୧୧ଟାରେ ଅଜିତ୍ ପାୱାରଙ୍କ ଶରୀରକୁ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ରାଜକୀୟ ସମ୍ମାନରେ  ସଂସ୍କାର କରାଯାଇଛି। ସେଠାରେ ସେମାନଙ୍କର ଶୁଭେଚ୍ଛୁ, ସମର୍ଥକ, ନେତାବୃନ୍ଦ ଏବଂ ଅନେକ ସାଧାରଣ ଲୋକ ଅଂଶଗ୍ରହଣ କରିଥିଲେ। ଅନ୍ତିମ ସଂସ୍କାରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି…

Read More