Author: TRUPTIMAYEE SAHOO

ଜାନୁଆରୀ ୧୯ ଓ ୨୦ ତାରିଖ ମଧ୍ୟରାତ୍ରୀରେ ଲଦାଖର ହାନଲେ ଅଞ୍ଚଳରେ ଏକ ଅସାଧାରଣ ଆକାଶୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଯେଉଁ ଆକାଶ ନୀଳ କିମ୍ବା କଳା ରଙ୍ଗରେ ତାରା ଓ ଛାୟାପଥ ସହିତ ଦୃଶ୍ୟମାନ ହୁଏ, ସେହି ଆକାଶ ଏହି ରାତିରେ ରକ୍ତ-ଲାଲ ରଙ୍ଗରେ ଆଲୋକିତ ହୋଇଉଠିଥିଲା। ଏହାର ଦୃଶ୍ୟ ଉତ୍ତର ଆଲୋକ  ପରି ଚମକଦାର ଥିଲା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ସୁନ୍ଦର ଦୃଶ୍ୟ ପଛରେ ଏକ ଗମ୍ଭୀର ଚେତାବନୀ ଲୁଚି ରହିଛି। ଏହା ସୂର୍ଯ୍ୟର ଅତ୍ୟଧିକ ଆକ୍ଟିଭିଟିର ସଙ୍କେତ, ଯାହା ଭାରତ ସହିତ ସମଗ୍ର ପୃଥିବୀର ସାଟାଲାଇଟ୍, ପାୱାର ଗ୍ରୀଡ୍, GPS, ଯୋଗାଯୋଗ ବ୍ୟବସ୍ଥା ଏବଂ ଡିଜିଟାଲ ସିଷ୍ଟମ ପାଇଁ ବିପଦ ସୃଷ୍ଟି କରିପାରେ। ବୈଜ୍ଞାନିକ ସୂଚନା ଅନୁଯାୟୀ, ଜାନୁଆରୀ ୧୯, ୨୦୨୬ରେ ସୂର୍ଯ୍ୟରୁ ଏକ ଅତ୍ୟନ୍ତ ଶକ୍ତିଶାଳୀ X-ଶ୍ରେଣୀ ସୌର ପ୍ରଜ୍ୱଳନ (Solar Flare)…

Read More