Author: TRUPTIMAYEE SAHOO

ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ମାତ୍ର କିଛି ମାସ ବିତିଛି। କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ଶାସକ ଦଳ ଭିତରେ ଏପରି କିଛି ଘଟିବା ଆରମ୍ଭ ହୋଇଛି, ଯାହାକୁ ନେଇ ସିଧାସଳଖ ଦିଲ୍ଲୀ ଦରବାରରୁ ଆସିଛି ଏକ ବଡ଼ ସତର୍କ ଘଣ୍ଟି। ଗତ କିଛି ଦିନ ତଳେ କଟକର ଇନ୍‌ଡୋର ଷ୍ଟାଡିୟମ୍‌ରେ ଶେଷ ହୋଇଛି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ସାଧାରଣତଃ ଏଭଳି ବୈଠକରେ ରାଜ୍ୟରେ ପ୍ରଥମ ଥର ପାଇଁ ନିଜସ୍ୱ ବଳରେ ସରକାର ଗଠନ କରିଥିବା ଉତ୍ସାହ ଏବଂ ଉତ୍ସବର ମାହୋଲ ଦେଖିବାକୁ ମିଳିବା କଥା। କିନ୍ତୁ ବାସ୍ତବତା ଥିଲା ସମ୍ପୂର୍ଣ୍ଣ ଓଲଟା। ସେହି ଇନ୍‌ଡୋର ଷ୍ଟାଡିୟମ୍‌ର ଚିନ୍ତନ-ମନ୍ଥନରୁ ଉତ୍ସାହ ଅପେକ୍ଷା ନିରାଶା ଏବଂ ଆଶଙ୍କାର କଳାବାଦଲ ଅଧିକ ଘୋଟି ଆସିଥିବାର ଦେଖିବାକୁ ମିଳିଛି। ଏହି ବୈଠକରେ କେବଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିମ୍ବା ରାଜ୍ୟ ସଭାପତି ମନମୋହନ ସାମଲ…

Read More