Author: TRUPTIMAYEE SAHOO

ଆନ୍ତର୍ଜାତିକ ରାଜନୀତିରେ କେତେକ ଯାତ୍ରା କେବଳ ଦୁଇ ଦେଶ ମଧ୍ୟରେ ସୀମିତ ରହେନି; ସେଗୁଡ଼ିକ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶକ୍ତିଙ୍କ ମନୋଭାବକୁ ମଧ୍ୟ ଉତ୍ତେଜିତ କରେ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆସନ୍ତା କାନାଡା ଗସ୍ତ ସେହିପରି ଗୋଟିଏ ଘଟଣା ।  ଏହି ଉଚ୍ଚସ୍ତରୀୟ ସୁରକ୍ଷା ଆଲୋଚନା କେବଳ ଭାରତ–କାନାଡା ସମ୍ପର୍କ ପୁନଃସଂରଚନା ପାଇଁ ନୁହେଁ, ବରଂ ଆମେରିକା ସହିତ ଗଭୀର ଭାବରେ ଜଡିତ ଗୋଟିଏ ରଣନୈତିକ ସଙ୍କେତ। ଭାରତ–କାନାଡା ସମ୍ପର୍କ : ପୃଷ୍ଠଭୂମି ଗତ ଦଶକରେ ଭାରତ ଓ କାନାଡାର ସମ୍ପର୍କ ଉତ୍ତାର–ଅବତାର ଦେଖିଛି। ବ୍ୟାପାର, ଶିକ୍ଷା, ଡାଏସ୍ପୋରା ଏବଂ ପ୍ରଯୁକ୍ତିକ କ୍ଷେତ୍ରରେ ଘନିଷ୍ଠତା ଥିଲେ ବି, ସୁରକ୍ଷା ଏବଂ ଆତଙ୍କବାଦ ସମ୍ପର୍କିତ ମାମଲାରେ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳ ଧରି ସମସ୍ୟା ସୃଷ୍ଟି କରିଆସିଛି। ଭାରତର ମୁଖ୍ୟ ଚିନ୍ତା ହେଉଛି କାନାଡାରେ କିଛି ଖାଲିସ୍ତାନ ସମର୍ଥକ ଗୋଷ୍ଠୀ ଖୋଲାମେଲା କାର୍ଯ୍ୟକଳାପ…

Read More