Author: TRUPTIMAYEE SAHOO

ଓଡ଼ିଶାରେ ବଢ଼ୁଛି ନିଶା ବ୍ୟବହାର: ରାଜସ୍ୱ, ରାଜନୀତି ଓ ସମାଜର ମଧ୍ୟରେ ଅସୁବିଧାଜନକ ସତ୍ୟ ‘ଆମ ସଂକଳ୍ପ – ନିଶା ନୁହେଁ ଜୀବନ’—ରାଜ୍ୟ ସରକାରଙ୍କ ଏହି ସ୍ଲୋଗାନ ଦେଖିବାକୁ ଯେତେ ଆଶାଜନକ, ଆଜି ଉପଲବ୍ଧ ସରକାରୀ ତଥ୍ୟ ସେତେ ଅସୁବିଧାଜନକ । ଓଡ଼ିଶାରେ ପିଛିଲା ଦୁଇ ଦଶନ୍ଧିରେ ମଦ ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର ଯେ ହାରରେ ବଢ଼ିଛି, ତାହା କେବଳ ଏକ ସାମାଜିକ ସମସ୍ୟା ନୁହେଁ- ଏହା ଏକ ଗଭୀର ରାଜନୈତିକ, ଅର୍ଥନୈତିକ ଓ ନୀତିଗତ ପ୍ରଶ୍ନ । ଏକ ପକ୍ଷରେ ରାଜ୍ୟ ଓଡ଼ିଶାରେ ବଢ଼ୁଛି ନିଶା ବ୍ୟବହାର ମଦମୁକ୍ତ ଓଡ଼ିଶାର ସ୍ୱପ୍ନ ଦେଖାଉଛି ଅନ୍ୟ ପକ୍ଷରେ ସେହି ରାଜ୍ୟର ଅବକାରୀ ରାଜସ୍ୱ ନିଜେ ନିଶା ବ୍ୟବହାରର ବୃଦ୍ଧିକୁ ସ୍ୱୀକାର କରୁଛି । ରାଜସ୍ୱର ଗ୍ରାଫ୍: ନିଶାର ଉର୍ଦ୍ଧ୍ୱଗତି ସରକାରୀ ହିସାବ ଅନୁସାରେ ୨୦୨୪–୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ଭାଟ୍ ସମେତ ଅବକାରୀ ରାଜସ୍ୱ ୧୧,୪୨୯ କୋଟି ଟଙ୍କାକୁ ଟପିଛି…

Read More