Author: TRUPTIMAYEE SAHOO

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିସ୍ତୃତ ସମ୍ପତ୍ତି ତଥା ଜମିଜମାର ସୁରକ୍ଷା, ପରିଚାଳନା ଏବଂ ସ୍ୱଚ୍ଛ ବନ୍ଦୋବସ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ, ୨୦୨୬’ (Shree Jagannath Temple Land Management Rules, 2026) କୁ ଅନୁମୋଦନ ମିଳିଛି। ଏହି ନୂତନ ନିୟମ ପୂର୍ବର ୨୦୦୩ ମସିହାର ୟୁନିଫର୍ମ ପଲିସି ଏବଂ ୨୦୧୯ର ସଂଶୋଧିତ ନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ତାର ସ୍ଥାନ ନେବ। ନୂଆ ନିୟମାବଳୀ ଅନୁଯାୟୀ, ଶ୍ରୀମନ୍ଦିର ଜମିର ବେଆଇନ ଜବରଦଖଲ ରୋକିବା ପାଇଁ ଅତ୍ୟାଧୁନିକ ଜିଆଇଏସ୍ (GIS) ଡିଜିଟାଲ୍ ମ୍ୟାପିଂ, ସମ୍ପୂର୍ଣ୍ଣ ଅନଲାଇନ୍ ଆବେଦନ ପ୍ରକ୍ରିୟା ଏବଂ ନୂତନ ମୂଲ୍ୟାୟନ ମାନଦଣ୍ଡ କାର୍ଯ୍ୟକାରୀ କରାଯିବ। ଅନଲାଇନ୍ ପୋର୍ଟାଲ୍ ଓ ଜିଆଇଏସ୍ ମ୍ୟାପିଂ: କିପରି ହେବ ପରିଚାଳନା? ଶ୍ରୀମନ୍ଦିର ଜମି ବନ୍ଦୋବସ୍ତକୁ ଦୁର୍ନୀତିମୁକ୍ତ ଏବଂ…

Read More