Author: TRUPTIMAYEE SAHOO

ଗୋଟିଏ ଲୋକକଥା ଅଛି— “ଘର ଢିଙ୍କି କୁମ୍ଭୀର ହେଲେ, ପରକୁ ଦୋଷ ଦେଇ ଲାଭ କ’ଣ?” ରାଜନୀତିରେ ମଧ୍ୟ କିଛି ଏମିତି ହିଁ ଘଟଣା ଘଟେ। ଯେତେବେଳେ ଜଣେ ନେତା ଦିଲ୍ଲୀ ଦରବାରରେ ନିଜର ଦବଦବା ବଢ଼ାଇବାରେ ବ୍ୟସ୍ତ ରହିଥିବାବେଳେ, ଠିକ୍ ସେତିକିବେଳେ ତାଙ୍କ ପାଦତଳ ମାଟିକୁ ଖସାଇ ଦେବା ପାଇଁ ନିଜ ଦଳ ଭିତରେ ହିଁ ମୂଷାମାନେ ଗାତ ଖୋଳିବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ରାଜନୀତିର ହଟସିଟ୍ କୁହାଯାଉଥିବା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରକୁ ନେଇ ଏବେ ଏମିତି ଏକ ରୋଚକ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି— କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଢୋଲ ଭିତରେ ପଶିଗଲେଣି ମୂଷା! ବୈଜୟନ୍ତ ପଣ୍ଡା— ଯିଏ କେବଳ କେନ୍ଦ୍ରାପଡ଼ାର ସାଂସଦ ନୁହନ୍ତି, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୋର୍ ଟିମର ଜଣେ ଅତ୍ୟନ୍ତ ବିଶ୍ୱସ୍ତ ରଣନୀତିଜ୍ଞ ତଥା ଦକ୍ଷ…

Read More