Author: TRUPTIMAYEE SAHOO

ଓଡ଼ିଆ ସିନେମା ଜଗତର ପରିଚିତ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଝଟକା ମିଳିଛି। ତାଙ୍କ ବିରୋଧରେ ରୁଜୁ ଥିବା ଯୌତୂକ ନିର୍ଯାତନା ମାମଲାରେ ଓଡ଼ିଶା ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହା ସହ ତଳ କୋର୍ଟ ଦ୍ୱାରା ହୋଇଥିବା ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହାର ଅର୍ଥ ହେଉଛି ଏବେ ଅନୁଭବ ମହାନ୍ତିଙ୍କ ବିରୋଧରେ ଯୌତୂକ ନିର୍ଯାତନା ମାମଲାରେ ବିଚାର ପ୍ରକ୍ରିୟା ଚାଲିବ। ସୂଚନାଯୋଗ୍ୟ ଯେ, ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଏବଂ ତାଙ୍କ କର୍ମଚାରୀ ଘଗେଶ୍ୱରଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ସେ ଅନୁଭବଙ୍କ ଘରେ ଥିବା ସମୟରେ ମାନସିକ ଭାବେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିଯୋଗରେ କହିଥିଲେ ଯେ, ତାଙ୍କୁ ମାନସିକ ଚାପ ଦିଆଯାଉଥିଲା ଏବଂ ଭିଡିଓ ସୁଟିଂ କରି ଭୟଭୀତ କରାଯାଉଥିଲା। ଏହା ସହିତ…

Read More