Author: TRUPTIMAYEE SAHOO

ପାକିସ୍ତାନର ଅର୍ଥନୈତିକ ସ୍ଥିତି ବର୍ତ୍ତମାନ ଏକ ଭୟଙ୍କର ସଙ୍କଟ ମଧ୍ୟରେ ରହିଛି। ଦେଶର ବଢ଼ୁଥିବା ଋଣ, ବିଦେଶୀ ସହାୟତା ଉପରେ ନିର୍ଭରଶୀଳତା ଓ ଅସ୍ଥିର ରାଜନୈତିକ ପରିସ୍ଥିତି ନେଇ ନିଜେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ ଏକ ସାର୍ବଜନୀନ ମଞ୍ଚରେ କହିଛନ୍ତି ଯେ, “ଏଭଳି ଭାବେ ଚାଲିଲେ ପାକିସ୍ତାନ ନିଜର ଇଜ୍ଜତ ଓ ସ୍ୱାଧୀନତା ହରାଇ ଏକ ‘ଗୁଲାମ ଦେଶ’ ହୋଇଯିବ । ଶହବାଜ ଶରିଫଙ୍କ ଏହି ବକ୍ତବ୍ୟ ପରେ ପାକିସ୍ତାନର ରାଜନୀତି ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଆଲୋଚନା ଆରମ୍ଭ ହୋଇଛି । ତେବେ ପାକିସ୍ତାନ କାହିଁକି ଏପରି ସ୍ଥିତିରେ ପହଞ୍ଚିଛି?  ୧. ବିଦେଶୀ ଋଣର ଭୟଙ୍କର ଭାର ପାକିସ୍ତାନ ଆଜି ଲକ୍ଷ-ଲକ୍ଷ କୋଟି ଟଙ୍କାର ବିଦେଶୀ ଋଣରେ ଡୁବି ରହିଛି। IMF, ବିଶ୍ୱ ବ୍ୟାଙ୍କ, ଚୀନ ଓ ଅନ୍ୟ ଦେଶଙ୍କ ଉପରେ ଅତ୍ୟଧିକ ନିର୍ଭରତା ଦେଶର ଅର୍ଥନୀତିକୁ ଦୁର୍ବଳ…

Read More