Author: TRUPTIMAYEE SAHOO

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଏକ ଅଭାବନୀୟ ଓ ଭୟାବହ ଘଟଣା ସାମ୍ନାକୁ ଆସିଛି । ପୋଡ଼ାଶୂଳା ଗାଁରେ ମଣିଷ ଓ ଭାଲୁ ମଧ୍ୟରେ ହୋଇଥିବା ଭୟଙ୍କର ଲଢେଇରେ ଜଣେ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ସାରା ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସ୍ୱର୍ଣ୍ଣଚୂଡ଼ ଜଙ୍ଗଲ ଅଞ୍ଚଳରୁ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ବାହାରି ଗାଁ ଭିତରକୁ ପ୍ରବେଶ କରିଥିଲେ। ରାସ୍ତା ବାଟବଣା ହୋଇ ଭାଲୁ ଦୁଇଟି ଗାଁରେ ଘୁରୁଥିବା ସମୟରେ ହଠାତ୍ ଏହି ଭୟଙ୍କର ଘଟଣା ଘଟିଥିଲା। ଭାଲୁ ହାବୁଡ଼ରେ ପଡ଼ିଲେ ପ୍ରଭାତ ଗାଁରେ ଅନ୍ୟାନ୍ୟ ଦିନ ଭଳି ସକାଳୁ ନିଜ କାମରେ ବାହାରିଥିବା ପ୍ରଭାତ ପାତ୍ର ନାମକ ଛାତ୍ର ହଠାତ୍ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ । ଭାଲୁ ତାଙ୍କୁ ଆକ୍ରମଣ କରିବା ସହ ଭୟଙ୍କର ଭାବେ କାମୁଡ଼ିଥିଲା । ଏହି…

Read More