Author: TRUPTIMAYEE SAHOO

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଇସ୍ରାଏଲ ଏବଂ ସାଉଦି ଆରବକୁ ଆମେରିକା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ପଠାଇଛି। ଏହି ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହା ପରେ ମଧ୍ୟ ପ୍ରାଚ୍ୟରେ ପୁଣି ଏକ ଭୟଙ୍କର ଯୁଦ୍ଧ ସୃଷ୍ଟି ହେବା ନେଇ ଆଶଙ୍କା ଜନ୍ମ ନେଇଛି। ସୂଚନା ମୁତାବକ, ସାଉଦି ଆରବକୁ ପ୍ରାୟ ୯ ବିଲିୟନ ଡଲାର ମୂଲ୍ୟର ଏବଂ ଇସ୍ରାଏଲକୁ ୬.୬୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି। ଏକ ପଟେ ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ–ହମାସ ଯୁଦ୍ଧ ନେଇ ଶାନ୍ତି ଆଲୋଚନାର କଥା କହୁଥିବା ବେଳେ, ଅନ୍ୟ ପଟେ ଇସ୍ରାଏଲକୁ ଆଧୁନିକ ଅସ୍ତ୍ର ଯୋଗାଣ ନେଇ ବିଶ୍ୱ ରାଜନୈତିକ ମହଳରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ସାଉଦି ଆରବ ସହ ବଡ଼ ସେନା ଚୁକ୍ତି ଆମେରିକା ସାଉଦି ଆରବକୁ ୯ ବିଲିୟନ ଡଲାର ମୂଲ୍ୟରେ ୭୩୦ ପାଟ୍ରିଅଟ୍ ଆଡଭାନ୍ସଡ୍…

Read More