Author: TRUPTIMAYEE SAHOO

ସାଧାରଣତଃ ପିଆଜ ଆମ ଦୈନିକ ଖାଦ୍ୟର ଏକ ଅଭିନ୍ନ ଅଂଶ । ସାଲାଡ୍ ହେଉ କି ରାନ୍ଧଣା, ପିଆଜ ବିନା ଖାଦ୍ୟକୁ ଅଧୂରା ବୋଲି ଲାଗେ । ପିଆଜ ଯେପରି ସ୍ୱାସ୍ଥ୍ୟ ପାଇଁ ଉପକାରୀ, ସେହିପରି ପିଆଜର ଷଣ୍ଢା ଓ ପତ୍ର ମଧ୍ୟ ଅନେକ ପୋଷକ ଗୁଣରେ ଭରପୁର। ଅନେକ ଲୋକ ପିଆଜ ଷଣ୍ଢାକୁ ଅବହେଳା କରି ଫିଙ୍ଗି ଦିଅନ୍ତି, କିନ୍ତୁ ପୋଷଣ ବିଶେଷଜ୍ଞମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ପିଆଜ ଷଣ୍ଢାରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ C, ଭିଟାମିନ୍ A, ପ୍ରୋଟିନ୍, କ୍ୟାଲସିୟମ୍, ଫସଫରସ୍ ଓ ସଲଫର ଭଳି ଅନେକ ଆବଶ୍ୟକୀୟ ପୋଷକତତ୍ୱ ମିଳିଥାଏ। ଏହାର ପତ୍ରଗୁଡ଼ିକ ଫାଇବରରେ ଭରପୁର ଥିବାରୁ ପାଚନ ପ୍ରଣାଳୀକୁ ସୁସ୍ଥ ରଖିବାରେ ସହାୟକ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପିଆଜ ଷଣ୍ଢାରେ ଥିବା ଭିଟାମିନ୍ C ଓ A ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ…

Read More