Author: TRUPTIMAYEE SAHOO

ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର ଦେଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସାଧାରଣତଃ କୁମ୍ଭୀର ନଦୀ, ନାଳ, ଜଳାଶୟ କିମ୍ବା ଜଙ୍ଗଲି ଅଞ୍ଚଳରେ ଦେଖିବାକୁ ମିଳିଥାଏ। କିନ୍ତୁ ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଅଞ୍ଚଳର ଯାହାନିଆ ନିକଟ ସମୁଦ୍ର କୂଳରେ କୁମ୍ଭୀର ଦେଖାଯିବା ଏକ ଅସାଧାରଣ ଓ ଭୟଙ୍କର ଘଟଣା ଭାବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଏହି କୁମ୍ଭୀରଟି ପ୍ରଥମେ ଦେବୀ ନଦୀର ବିଭିନ୍ନ ଅଞ୍ଚଳରେ ଦେଖାଯାଇଥିଲା। ନଦୀ କୂଳିଆ ଲୋକମାନଙ୍କ ମଧ୍ୟରେ ତାହା ଭୟର ବାତାବରଣ ସୃଷ୍ଟି କରିଥିଲା। କୁମ୍ଭୀର ଦେଖାଯିବା ପରେ ଦେବୀନଦୀକୁ ଯାତାୟାତ ପ୍ରାୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଦୀର୍ଘ କିଛି ମାସ ଧରି ଏହି କୁମ୍ଭୀରଟି ନଦୀ ଅଞ୍ଚଳରେ ଘୁରୁଥିବାର ଖବର ମିଳୁଥିଲା। କିଛି ମାସ ପରେ ହଠାତ୍ ଏହି କୁମ୍ଭୀରଟି ଅସ୍ତରଙ୍ଗ ସମୁଦ୍ରରେ ଦେଖାଯିବା ପରେ ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଭୟ ଓ ଆତଙ୍କ ଖେଳିଯାଇଛି। ଆଜି ସକାଳୁ କେତେକ ମାଛଧରାଳି ସମୁଦ୍ର…

Read More