Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କେବଳ ଗୋଟିଏ ଦଳ ନୁହେଁ, ଗୋଟିଏ ପ୍ରଣାଳୀ ଭାବେ କାମ କରିଆସିଛି। ଏହି ପ୍ରଣାଳୀର କେନ୍ଦ୍ରବିନ୍ଦୁରେ ରହିଛନ୍ତି ନବୀନ ପଟ୍ଟନାୟକ- ଶାନ୍ତ ଚେହେରା, ସଦା ନିରବ, ବିବାଦଠାରୁ ଦୂରତା ରଖୁଥିବା ନେତା। କିନ୍ତୁ ସମୟ ସହିତ ଏହି ପ୍ରଣାଳୀରେ ଆଉ ଗୋଟିଏ କେନ୍ଦ୍ର ଗଢ଼ିଉଠିଛି-ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଆଜି ବିଜେଡି ଭିତରେ ଏକ ଅଦ୍ଭୁତ ବିରୋଧାଭାସ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାହା ହେଲା ପାଣ୍ଡିଆନ ବିଜେଡି ନେତାଙ୍କ ପାଇଁ ଅତି ‘ନିଜର’ ବୋଲି ପ୍ରମାଣିତ ହେଉଥିଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଧୀରେ ଧୀରେ ‘ପର’ ହେଉଥିବା ପରି ଲାଗୁଛି। ଏହି ଧାରଣା କୌଣସି ଗୁଜବ ନୁହେଁ; ଦଳର ଆଚରଣ, ପ୍ରତିକ୍ରିୟା ଓ ନିରବତା- ସବୁ ଏହାକୁ ଆଉ ପ୍ରମାଣିତ କରୁଛି। ପାଣ୍ଡିଆନ କିମ୍ବା ପତ୍ନୀଙ୍କୁ ସମାଲୋଚନା: ତୁରନ୍ତ ପ୍ରତିରୋଧ ନିକଟ ଅତୀତରେ ବିଜେଡି…

Read More