Author: TRUPTIMAYEE SAHOO

ସ୍ମାର୍ଟଫୋନ୍ ଭାରତକୁ ଏକ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଥିଲା। ଇଣ୍ଟରନେଟ୍, ସୋସିଆଲ୍ ମିଡିଆ, ଅନଲାଇନ୍ ଶିକ୍ଷା, ଡିଜିଟାଲ୍ ପେମେଣ୍ଟ—ଏସବୁ ମିଶି ଜୀବନକୁ ସହଜ କରିଥିଲା। କିନ୍ତୁ ଯେଉଁ ସୁବିଧା ମଣିଷକୁ ଶକ୍ତିଶାଳୀ କରିବା କଥା ଥିଲା, ସେଇ ସୁବିଧା ଆଜି ଧୀରେଧୀରେ ଏକ ନିଶାର ରୂପ ନେଇଛି। ଏହି ନିଶା କୌଣସି ମଦ, ମାଦକ ବା ଧୂମପାନ ନୁହେଁ—ଏହା ହେଉଛି ଡିଜିଟାଲ ନିଶା। ଚକ୍ଷୁକୁ ଦେଖାଯାଏ ନାହିଁ, ତଥାପି ଏହାର ପ୍ରଭାବ ଶରୀର, ମନ ଓ ସମାଜ ଉପରେ ଗଭୀର। ଆଜି ଭାରତର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ—ସମସ୍ତେ ଏହି ସ୍କ୍ରିନ୍-କେନ୍ଦ୍ରିକ ଜୀବନରେ ଆଟକିପଡ଼ିଛନ୍ତି। ଏହା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ; ଏହା ଦେଶର ଭବିଷ୍ୟତ, ଉତ୍ପାଦକତା ଓ ସାମାଜିକ ଗଠନକୁ ପ୍ରଭାବିତ କରୁଥିବା ଏକ ଜାତୀୟ ସଙ୍କଟ। ସଂସଦରେ ଉଠିଥିବା ସତର୍କ ସଙ୍କେତ ସମ୍ପ୍ରତି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଏହି…

Read More