ଆଜି ମାଘ ପୂର୍ଣ୍ଣିମା ସହିତ ଫେବୃଆରୀ ମାସର ଶୁଭ ଆରମ୍ଭ ହେଉଛି । ହିନ୍ଦୁ ପଞ୍ଜିକା ଅନୁଯାୟୀ ଏହି ମାସରେ ଧାର୍ମିକ ତିଥି, ଉପବାସ, ପର୍ବପର୍ବାଣୀ ସହିତ ଗ୍ରହମାନଙ୍କର ଗୁରୁତ୍ୱପୂର୍ଣ୍ଣ ଗତି ପରିଲକ୍ଷିତ ହେବ । ଫେବୃଆରୀ ୨ ରୁ ଫାଲଗୁନ ମାସର ଆରମ୍ଭ ହେବା ସହ ଧାର୍ମିକ କାର୍ଯ୍ୟକଳାପର ଧାରା ଆହୁରି ବଢ଼ିବ । ଫେବୃଆରୀ ୫ରେ ସଂକଷ୍ଠୀ ଚତୁର୍ଥୀ, ୯ରେ ଜାନକୀ ଜୟନ୍ତୀ, ୧୩ରେ ସୂର୍ଯ୍ୟଙ୍କ ମକରରୁ କୁମ୍ଭରେ ପ୍ରବେଶ ସହ ଏକାଦଶୀ ଉପବାସ, ୧୪ରେ ଶନି ପ୍ରଦୋଷ ଓ ୧୫ରେ ମାସିକ ଶିବରାତ୍ରି ପାଳନ କରାଯିବ । ଫେବୃଆରୀ ୧୭, ୨୦୨୬ରେ ଫାଲଗୁନ ଅମାବାସ୍ୟା ତିଥିରେ ସୂର୍ଯ୍ୟ ଗ୍ରହଣ ଘଟିବାର ଯୋଗ ରହିଛି, ଯାହାକୁ ନେଇ ଧାର୍ମିକ ଓ ଜ୍ୟୋତିଷୀୟ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରହିଛି।
ଗ୍ରହଗତି ଦିଗରୁ ଦେଖିଲେ, ବୁଧ ଓ ଶୁକ୍ର ଫେବୃଆରୀ ମାସର ପ୍ରଥମାର୍ଦ୍ଧରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହା ସହିତ ଶତଭିଷା ନକ୍ଷେତ୍ରରେ ଏହି ଦୁଇ ଗ୍ରହଙ୍କ ପ୍ରବେଶ ଅନେକ ରାଶିଙ୍କ ଉପରେ ପ୍ରଭାବ ପକାଇବ । ମଙ୍ଗଳ ଧନିଷ୍ଠା ନକ୍ଷେତ୍ର ଓ ପରେ କୁମ୍ଭ ରାଶିରେ ପ୍ରବେଶ କରିବା ଫଳରେ କାର୍ଯ୍ୟକ୍ଷେତ୍ର ଓ ରାଜନୈତିକ କ୍ଷେତ୍ରରେ ଚଳଚଞ୍ଚଳତା ବଢ଼ିପାରେ।

ମେଷ ରାଶି ପାଇଁ ଫେବୃଆରୀ ମାସ ଧୈର୍ୟ ଓ ଶ୍ରମର ପରୀକ୍ଷା ହେବ। ଶନିଙ୍କ ସାଡେ ସତୀର ପ୍ରଭାବରେ କାର୍ଯ୍ୟର ଗତି ଧୀର ହୋଇପାରେ, କିନ୍ତୁ ସୁଚିନ୍ତିତ ଯୋଜନା ଓ ପଦକ୍ଷେପକ୍ରମେ କାମ କଲେ ସଫଳତା ମିଳିବ। ଅର୍ଥନୀତିକ ଦିଗରୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଅତ୍ୟାବଶ୍ୟକ। ଫେବୃଆରୀ ୧୫ ପରେ ମାନସିକ ଚାପ କମିବ ଏବଂ ସ୍ୱାସ୍ଥ୍ୟରେ ସୁଧାର ଆସିବ।
ବୃଷ ରାଶି ପାଇଁ ଏହି ମାସ କ୍ୟାରିୟର ଉନ୍ନତିର ସଙ୍କେତ ନେଇ ଆସିଛି। ବିଶେଷକରି ଫେବୃଆରୀ ୧୫ ପରେ କାର୍ଯ୍ୟକ୍ଷେତ୍ରର ପରିସ୍ଥିତି ଅଧିକ ଅନୁକୂଳ ହେବ। ଆର୍ଥିକ ଲାଭର ସମ୍ଭାବନା ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ଏଡାଇବା ଜରୁରୀ। ମାସର ଦ୍ୱିତୀୟାର୍ଦ୍ଧରେ ସମ୍ପତ୍ତି କିମ୍ବା ଯାନବାହାନ କ୍ରୟ ପାଇଁ ସମୟ ଶୁଭ ରହିବ।
ମିଥୁନ ରାଶି ଲୋକମାନେ ଏହି ମାସରେ କ୍ୟାରିୟର ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ଶିକ୍ଷା, ମାର୍କେଟିଂ, ପରିଚାଳନା ଓ ବୈଷୟିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିମାନେ ବିଶେଷ ଭାବେ ଲାଭାନ୍ୱିତ ହେବେ। ନୂଆ କୌଶଳ ଶିଖିବା ଓ ପ୍ରଯୁକ୍ତି ଗ୍ରହଣ କରିବା ପାଇଁ ଏହା ଉତ୍ତମ ସମୟ।
କର୍କଟ ରାଶି ପାଇଁ ଫେବୃଆରୀ ମାସ ସତର୍କତାର ସନ୍ଦେଶ ନେଇ ଆସିଛି। କାମର ଚାପ ଏଡାଇ ଧୀରେ ଧୀରେ ଏବଂ ପଦ୍ଧତିଗତ ଭାବେ କାମ କରିବା ଉଚିତ। ଋଣ ନେବା ଓ ଅତିରିକ୍ତ ଖର୍ଚ୍ଚରୁ ଦୂରେଇ ରହିବା ଭଲ। ସ୍ୱାସ୍ଥ୍ୟ ଟିକେ ଦୁର୍ବଳ ହୋଇପାରେ, ତେଣୁ ଖାଦ୍ୟ ଓ ଔଷଧ ପ୍ରତି ସତର୍କ ରହିବା ଆବଶ୍ୟକ।
ସିଂହ ରାଶି ପାଇଁ ଫେବୃଆରୀ ମାସ ବ୍ୟସ୍ତବହୁଳ ରହିବ। ଟିମ୍ ସହିତ କାମ କରିବା ଓ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ସକାରାତ୍ମକ ମନୋଭାବ ନେଇ ପାଠପଢ଼ା କରିଲେ ସଫଳତା ମିଳିବ। ସାରାଙ୍ଗଶରେ, ଫେବୃଆରୀ ମାସ ମେଷରୁ ସିଂହ ରାଶି ପାଇଁ କେଉଁଠି ସଂଘର୍ଷ, କେଉଁଠି ସୁଯୋଗ ଓ କେଉଁଠି ସତର୍କତାର ସନ୍ଦେଶ ନେଇ ଆସୁଛି।
also read https://purvapaksa.com/ai-tools-to-help-advise-farmers-to-reduce-risks/


