Author: TRUPTIMAYEE SAHOO

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ନ୍ୟାୟର ଦେବତା ଭାବେ ମାନାଯାଏ। ଶନିଙ୍କ ଗତି ସବୁଠାରୁ ଧୀର ହେଉଥିବାରୁ ତାଙ୍କର ପ୍ରଭାବ ଦୀର୍ଘ ସମୟ ଧରି ଜୀବନରେ ପଡ଼ିଥାଏ। ସାଧାରଣ ଲୋକଙ୍କ ମଧ୍ୟରେ ଶନି ନାମ ଶୁଣିଲେ ଭୟର ଭାବ ଦେଖାଯାଏ, କିନ୍ତୁ ଜ୍ୟୋତିଷ ଅନୁସାରେ ଶନିଦେବ କେବଳ ଅନ୍ୟାୟ, ଅନୈତିକ ଏବଂ ଅନୁଚିତ କାର୍ଯ୍ୟ କରୁଥିବା ଲୋକଙ୍କୁ ମାତ୍ର ଦଣ୍ଡ ଦିଅନ୍ତି। ଯଦି ଜୀବନରେ ହଠାତ୍ ସମସ୍ୟା ଉପରେ ସମସ୍ୟା ଆସୁଛି, ପରିଶ୍ରମ ସତ୍ତ୍ୱେ ସଫଳତା ମିଳୁନାହିଁ କିମ୍ବା ମନସିକ ଚାପ ବଢ଼ି ଚାଲିଛି, ତେବେ ଜ୍ୟୋତିଷମାନେ କହୁଛନ୍ତି ଯେ ଏହା ଶନିଙ୍କ କୁଦୃଷ୍ଟିର ଲକ୍ଷଣ ହୋଇପାରେ। କେବେ ଶନି ଅଶୁଭ ହୁଅନ୍ତି? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଶନି ଗ୍ରହ କୁଣ୍ଡଳୀରେ ଦୁର୍ବଳ ସ୍ଥିତିରେ ଥାଆନ୍ତି, ଅଶୁଭ ଗ୍ରହଙ୍କ ଦ୍ୱାରା ପୀଡ଼ିତ ହୁଅନ୍ତି କିମ୍ବା ସାଡେ ସତୀ, ଧୈୟା ଅଥବା ଅଶୁଭ ଦୃଷ୍ଟିର ପ୍ରଭାବରେ ଥାଆନ୍ତି,…

Read More