Author: TRUPTIMAYEE SAHOO

ଗୋଟିଏ ସାଧାରଣ ପ୍ରଶ୍ନରୁ କଥା ଆରମ୍ଭ କରିବା। ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଫୋନ୍ କ’ଣ? କେବଳ କଥାବାର୍ତ୍ତାର ଏକ ମାଧ୍ୟମ? ନା, ତା’ଠାରୁ ବହୁତ କିଛି ଅଧିକ। ମୋବାଇଲ୍ ହେଉଛି ଜଣେ ସାଧାରଣ ନାଗରିକର ପରିଚୟ ପତ୍ର, ତା’ର ସ୍ୱର, ତା’ର ଅସହାୟତାର ପ୍ରମାଣ ଏବଂ ଆବଶ୍ୟକ ପଡ଼ିଲେ ତା’ର ନିଜସ୍ୱ ସୁରକ୍ଷା କବଚ। କିନ୍ତୁ ଭାବନ୍ତୁ ତ, ଯଦି ଆପଣ ନିଜ ଅଞ୍ଚଳରୁ ଭୋଟ୍ ଦେଇ ଜିତାଇଥିବା ପ୍ରିୟ ନେତ୍ରୀଙ୍କୁ ଭେଟିବାକୁ ରାଜଧାନୀ ଯାଉଛନ୍ତି, ମନରେ ଅନେକ ଆଶା ଓ ଗୁହାରି ନେଇ ଯାଉଛନ୍ତି, ଆଉ ତାଙ୍କ ସରକାରୀ ବାସଭବନର ଫାଟକ ପାଖରେ ଆପଣଙ୍କ ହାତରୁ ଆପଣଙ୍କ ମୋବାଇଲ୍ ଫୋନଟି ଛଡ଼ାଇ ରଖିଦିଆଯାଉଛି… ତେବେ ଆପଣଙ୍କ ମନକୁ କି ଭାବନା ଆସିବ? ହଁ, ଆଜି ଆମେ କଥା ହେଉଛୁ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ସରକାରୀ ବାସଭବନକୁ ନେଇ। ନିମାପଡ଼ାରୁ ଭୁବନେଶ୍ୱର—ଏବେ…

Read More