Author: TRUPTIMAYEE SAHOO

ଛାଡ଼ପତ୍ର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱାମୀ ଏବଂ ସ୍ତ୍ରୀ ଦୀର୍ଘ ସମୟ ଧରି ଅଲଗା ରହିବାକୁ ମାନସିକ ନିଷ୍ଠୁରତା ଭାବରେ ବିବେଚନା କରାଯାଇପାରିବ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡ଼ପତ୍ର ପାଇଁ ଏକ ବୈଧ କାରଣ । ୧୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରହୁଥିବା ଡାକ୍ତର ଦମ୍ପତିଙ୍କ ମାମଲାରେ କୋର୍ଟ ସ୍ୱାମୀଙ୍କ ସପକ୍ଷରେ ପ୍ରଦାନ କରାଯାଇଥିବା ଛାଡ଼ପତ୍ର ଡିକ୍ରିକୁ ସମର୍ଥନ କରିଛନ୍ତି। ବିଚାରପତି ସଞ୍ଜୟ କାରୋଲ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମତ ଦେଇଛନ୍ତି ଯେ,’ଯେତେବେଳେ ଏକ ବିବାହ ଉଭୟ ପକ୍ଷରୁ ଶେଷ ହୋଇଯାଏ, ସେତେବେଳେ ଏହାକୁ କେବଳ ଏକ ଆଇନଗତ ଔପଚାରିକତା ଭାବରେ ବଜାୟ ରଖିବା ଉପଯୁକ୍ତ ନୁହେଁ ।’ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ,’ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ସେମାନଙ୍କ କ୍ୟାରିଅର ଏବଂ…

Read More