Author: TRUPTIMAYEE SAHOO

ସ୍ମାର୍ଟଫୋନ୍ ବଜାରରେ ନିଜର ଦମଦାର ପଦଚିହ୍ନ ରଖିଥିବା Samsung ଭାରତରେ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ଫେବୃଆରୀ ୯ ତାରିଖରେ Samsung Galaxy F70e 5G ଭାରତୀୟ ବଜାରରେ ଲଞ୍ଚ ହେବ। ଏହା Galaxy F70e ସିରିଜର ପ୍ରଥମ ସ୍ମାର୍ଟଫୋନ୍ ହେବ ଏବଂ ଏହାକୁ ବିଶେଷଭାବେ କମ୍ ବଜେଟ ଶ୍ରେଣୀରେ ଉପସ୍ଥାପନ କରାଯାଇଛି। Samsung କହିଛି ଯେ, ବର୍ତ୍ତମାନ ସମୟର ଯୁବପିଢ଼ିଙ୍କ ଆବଶ୍ୟକତାକୁ ନଜରରେ ରଖି Galaxy F70e 5G ଡିଜାଇନ୍ ଓ ଫିଚର୍ସ ପ୍ରସ୍ତୁତ କରାଯାଇଛି । ଲଞ୍ଚ ପୂର୍ବରୁ କମ୍ପାନୀ ଏହି ଫୋନ୍‌ର ଡିଜାଇନ୍ ଇମେଜ୍ ଏବଂ କିଛି ମୁଖ୍ୟ ସ୍ପେସିଫିକେସନ୍ ସେୟାର କରିଛି, ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି। Galaxy F70e 5G ଏକ ଲୋ-ବଜେଟ ସ୍ମାର୍ଟଫୋନ୍ ହେବ, ଯାହାର ମୂଲ୍ୟ ୧୫ ହଜାରରୁ ୧୮ ହଜାର ଟଙ୍କା ମଧ୍ୟରେ ରହିବ…

Read More