Author: TRUPTIMAYEE SAHOO

ବିଶ୍ୱ ରଙ୍ଗମଞ୍ଚର ଇତିହାସରେ କେତେକ ମୁହୂର୍ତ୍ତ ଏଭଳି ଆସେ, ଯାହା କେବଳ ଏକ ନାଟକର ପରିବେଷଣ ନୁହେଁ; ସେହି ମୁହୂର୍ତ୍ତ ହୋଇଯାଏ ଗୋଟିଏ ସଭ୍ୟତାର ନୂଆ ପରିଚୟ। ଓଡ଼ିଶାର ଜନଜାତି ଭାଷାରେ ପ୍ରସିଦ୍ଧ ନାଟ୍ୟକାର ୱିଲିୟମ ସେକ୍ସପିଅରଙ୍କ ନାଟକ ରୋମାନିଆର ବିଶ୍ୱ ମଞ୍ଚରେ ପରିବେଷିତ ହେବ—ଏହି ଖବର ମାତ୍ର ଗୋଟିଏ ସାଂସ୍କୃତିକ ସଫଳତା ନୁହେଁ, ଏହା ହେଉଛି ଭାରତୀୟ ଜନଜାତି ଭାଷା ଓ ସାହିତ୍ୟର ଅନ୍ତର୍ଜାତୀୟ ସ୍ୱୀକୃତିର ଉଚ୍ଚାରଣ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ଯେଉଁଠି ଦୀର୍ଘଦିନ ଧରି ନିଜ ମୂଳକୁ ଧରି ରଖିଛି, ସେ ଠାରୁ ଜନ୍ମ ନେଇଥିବା ଜନଜାତି ଭାଷାମାନେ ଆଜି ବିଶ୍ୱ ରଙ୍ଗମଞ୍ଚରେ ନିଜ ସ୍ଥାନ ଖୋଜୁଛନ୍ତି । ଏହି ଯାତ୍ରାରେ ଓଡ଼ିଶାର କଳିଙ୍ଗ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍‌ (କିସ୍‍) ଛାତ୍ରଛାତ୍ରୀଙ୍କ ଭୂମିକା ଏକ ମାଇଲ୍‌ସ୍ଟୋନ୍‌ ଭାବେ ଦେଖାଯାଉଛି। ରୋମାନିଆର ବିଶ୍ୱ ସେକ୍ସପିଅର ମହୋତ୍ସବ: ଏକ ଅନ୍ତର୍ଜାତୀୟ ମଞ୍ଚ ରୋମାନିଆର…

Read More