Author: TRUPTIMAYEE SAHOO

ଯେଉଁ ନଗରୀକୁ ଦେଶର ସୁରକ୍ଷା, ଶାସନିକ ଦକ୍ଷତା ଓ ଆଧୁନିକତାର ପ୍ରତୀକ ବୋଲି ଧରାଯାଏ, ସେଇ ଦିଲ୍ଲୀ ଆଜି ଗୋଟିଏ ନୀରବ କିନ୍ତୁ ଭୟାବହ ସଙ୍କଟର ସମ୍ମୁଖୀନ, ତାହା ହେଲା ନିଖୋଜ ମାନବଙ୍କ ସଙ୍କଟ। ଏହା କେବଳ ଅପରାଧିକ ସଂଖ୍ୟା ନୁହେଁ; ଏହା ହେଉଛି ରାଜ୍ୟ, ସମାଜ ଓ ପ୍ରଶାସନର ସାମୂହିକ ବିଫଳତାର ଆଇନା। ୨୦୨୬ ମସିହାର ପ୍ରଥମ ୧୫ ଦିନର ସଂଖ୍ୟା ଦେଖିଲେ ମୁଣ୍ଡ ବୁଲାଇ ଦେବ। କେବଳ ଦୁଇ ସପ୍ତାହରେ ୮୦୭ ଜଣ ଲୋକ ଦିଲ୍ଲୀରୁ ନିଖୋଜ—ହାରାହାରି ଦିନକୁ ୫୪ ଜଣ। ଏହି ସଂଖ୍ୟା କାଗଜରେ ମାତ୍ର ଅଙ୍କ ନୁହେଁ; ପ୍ରତ୍ୟେକ ସଂଖ୍ୟା ପଛରେ ଗୋଟିଏ ପରିବାର, ଗୋଟିଏ ଅପେକ୍ଷା, ଗୋଟିଏ ଅନିଶ୍ଚିତ ଭବିଷ୍ୟତ ଲୁଚିଥାଏ। ଏହି ସଂଖ୍ୟାର ସବୁଠାରୁ ଭୟାବହ ଦିଗ ହେଉଛି—ନିଖୋଜମାନଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ଅଧିକ ରହିଛି। ୮୦୭ ଜଣ ମଧ୍ୟରୁ ୫୦୯ ଜଣ ମହିଳା ଓ ଝିଅ। ଏହା କ’ଣ…

Read More