Author: TRUPTIMAYEE SAHOO

ପୃଥିବୀ ପାଇଁ ଆସନ୍ତା ଦିନଗୁଡ଼ିକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ସୂର୍ଯ୍ୟ ଏବେ ତାହାର ଭୟଙ୍କର ଓ ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛି । ସୂର୍ଯ୍ୟପୃଷ୍ଠରେ ଲଗାତାର ଭାବେ ଶକ୍ତିଶାଳୀ ସୌର ଜ୍ୱାଳା ଅର୍ଥାତ୍ ସୋଲାର ଫ୍ଲେୟାରସ୍ ସୃଷ୍ଟି ହେଉଛି ଯାହା ପୃଥିବୀ ପାଇଁ ବଡ଼ ବିପଦ ସଙ୍କେତ ସାଜିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ସହ ବିଶ୍ୱର ପ୍ରମୁଖ ମହାକାଶ ଏଜେନ୍ସିମାନେ ହାଇଆଲର୍ଟ ଜାରି କରିଛନ୍ତି। ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟପୃଷ୍ଠରେ ଥିବା ଏକ ବିଶାଳ ସନସ୍ପଟରୁ ଏକାଧିକ X-କ୍ଲାସ୍ ସୌର ଫ୍ଲେୟାର ନିର୍ଗତ ହୋଇଛି । ବିଶେଷକରି ଫେବୃଆରୀ ୧ ତାରିଖରୁ ଆରମ୍ଭ କରି ସୂର୍ଯ୍ୟରେ କେତେକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ସେଥିମଧ୍ୟରୁ X8.1 ଶ୍ରେଣୀର ସୌର ଜ୍ୱାଳାକୁ ୨୦୨୬ ବର୍ଷର ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି । ବିଜ୍ଞାନୀମାନଙ୍କ ମତରେ, ଏଭଳି ଶକ୍ତିଶାଳୀ…

Read More