Author: TRUPTIMAYEE SAHOO

ଉତ୍ତର ପ୍ରଦେଶରେ ଚାଇନିଜ୍ ମାଞ୍ଜା ଯୋଗୁଁ ଘଟୁଥିବା କ୍ରମାଗତ ଦୁର୍ଘଟଣା ଏବଂ ଜୀବନହାନିକୁ ନେଇ ଯୋଗୀ ଆଦିତ୍ୟନାଥ ସରକାର ଏକ କଡା ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଚାଇନିଜ୍ ମାଞ୍ଜାର ବ୍ୟବହାର, ବିକ୍ରୟ ଓ ଉପଲବ୍ଧତା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି । ଏହି ନିଷେଧକୁ କଡା ଭାବରେ କାର୍ଯ୍ୟକର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ପୋଲିସ ଓ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଚାଇନିଜ୍ ମାଞ୍ଜା ଯୋଗୁଁ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ତେବେ ଏହାକୁ ସାଧାରଣ ଦୁର୍ଘଟଣା ଭାବେ ନୁହେଁ ବରଂ “ହତ୍ୟା” ଭାବେ ବିବେଚନା କରାଯିବ । ସେହି ଅନୁଯାୟୀ ଦୋଷୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଇନିଜ୍ ମାଞ୍ଜା ଯୋଗୁଁ ଦୁଇଚକିଆ ଯାନଚାଳକ, ପଦଚାରୀ…

Read More