Author: TRUPTIMAYEE SAHOO

ରାଜସ୍ଥାନରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ଯାହାକୁ ଏବେ ‘ହନିମୁନ୍ ମର୍ଡର ୨.୦’ ବୋଲି କୁହାଯାଉଛି । ସାତ ଜନ୍ମର ସାଥୀ ହେବାର ସପଥ ନେଇଥିବା ପତ୍ନୀ ହିଁ ନିଜ ସ୍ୱାମୀ ପାଇଁ ଯମ ସାଜିଥିଲେ। ବିବାହର ମାତ୍ର ୩ ମାସ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ପରେ ଏହାକୁ ହିଟ୍-ଆଣ୍ଡ୍-ରନ ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ମୃତକ ହେଉଛନ୍ତି ୨୭ ବର୍ଷୀୟ ଆଶିଷ କୁମାର। ତାଙ୍କର ବିବାହ ମାତ୍ର ୩ ମାସ ତଳେ ଅଞ୍ଜୁଙ୍କ ସହ ହୋଇଥିଲା। କିନ୍ତୁ ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଞ୍ଜୁ ଏହି ବିବାହରେ ଖୁସି ନଥିଲେ। ସେ ନିଜ ପୂର୍ବ ପ୍ରେମିକ ସଞ୍ଜୟଙ୍କ ସହ ସମ୍ପର୍କ ଜାରି ରଖିଥିଲେ ଏବଂ ତାଙ୍କ ସହ ରହିବାକୁ ଚାହୁଁଥିଲେ। ଏହି କାରଣରୁ ଆଶିଷଙ୍କୁ ଜୀବନରୁ ହଟାଇବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ପ୍ଲାନ୍ ଅନୁଯାୟୀ,…

Read More