Author: TRUPTIMAYEE SAHOO

ଉତ୍ତରପ୍ରଦେଶରେ ଘର, ଦୋକାନ କିମ୍ବା ଜମି କିଣିବା ପୂର୍ବରୁ ଏବେ ସତର୍କ ହେବା ଅତ୍ୟାବଶ୍ୟକ। ରାଜ୍ୟରେ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଇଛି । ଆର୍ଥିକ ଅପରାଧ ଓ ବେନାମୀ କାରବାରକୁ ରୋକିବା ସହ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ, ଯୋଗୀ ଆଦିତ୍ୟନାଥ ସରକାର PAN କାର୍ଡକୁ ସମ୍ପତ୍ତି ପଞ୍ଜୀକରଣ ସହିତ ବାଧ୍ୟତାମୂଳକ କରିଛନ୍ତି । ପଞ୍ଜୀକରଣ ମହାନିରୀକ୍ଷକ ନେହା ଶର୍ମା ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀ, ସହକାରୀ ମହାନିରୀକ୍ଷକ ଓ ସବ-ରେଜିଷ୍ଟ୍ରାରମାନଙ୍କୁ ଏନେଇ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ PAN କାର୍ଡ ବିନା କୌଣସି ସମ୍ପତ୍ତି ପଞ୍ଜୀକରଣ ସମ୍ଭବ ନୁହେଁ। ସରକାରୀ ସୂଚନା ଅନୁସାରେ, ଏହି ନିଷ୍ପତ୍ତିର ପଛରେ ଏକ ବଡ଼ କାରଣ ରହିଛି । ଭାରତ–ନେପାଳ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ହଠାତ୍ ସମ୍ପତ୍ତି ପଞ୍ଜୀକରଣର ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କୁ ଚିନ୍ତାରେ ପକାଇଥିଲା । ଏକ ସରକାରୀ ତଦନ୍ତରେ ସୀମା…

Read More