Author: TRUPTIMAYEE SAHOO

ଆଜିର ବିଶ୍ୱ ଏକ ଭୟାବହ ସନ୍ଧିକ୍ଷଣରେ ଠିଆ ହୋଇଛି । ଆମେରିକା ଓ ରୁଷିଆ ମଧ୍ୟରେ ଥିବା ଏକମାତ୍ର କାର୍ଯ୍ୟକାରୀ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିର ଅବଧି ଶେଷ ହୋଇଯାଇଛି। ଏହି ଚୁକ୍ତି କେବଳ ଦୁଇଟି ଦେଶର ସମ୍ପର୍କକୁ ନୁହେଁ, ସାରା ବିଶ୍ୱର ସୁରକ୍ଷା ବ୍ୟବସ୍ଥାକୁ ଏକ ସୂକ୍ଷ୍ମ ସନ୍ତୁଳନରେ ଧରିରଖିଥିଲା । ଆଜି ସେଇ ସନ୍ତୁଳନ ଭାଙ୍ଗିଯିବାର ଆଶଙ୍କା ଗଭୀର ହୋଇଉଠିଛି। ପ୍ରଶ୍ନ ଏବେ ଏହା ନୁହେଁ ଯେ ଏକ ଚୁକ୍ତି ଶେଷ ହେଲା; ପ୍ରଶ୍ନ ହେଉଛି— ବିଶ୍ୱ କ’ଣ ପୁଣି ଏକ ଅନିୟନ୍ତ୍ରିତ ପରମାଣୁ ଅସ୍ତ୍ର ଦୌଡ଼ର ଦିଗକୁ ଫେରିଯାଉଛି? ୨୦୧୦ ମସିହାରେ ସ୍ୱାକ୍ଷରିତ ‘ନ୍ୟୁ ଷ୍ଟାର୍ଟ’ ଚୁକ୍ତି କେବଳ ଆମେରିକା ଓ ରୁଷିଆର ପରମାଣୁ ଅସ୍ତ୍ର ସଂଖ୍ୟାକୁ ସୀମିତ କରୁନଥିଲା; ଏହା ଦୁଇ ମହାଶକ୍ତି ମଧ୍ୟରେ ଭରସା ଓ ପାରଦର୍ଶିତାର ଏକ ବ୍ୟବସ୍ଥା ସୃଷ୍ଟି କରିଥିଲା। ଏହି ଚୁକ୍ତି ଅନୁସାରେ, ଉଭୟ ଦେଶ ୧,୫୫୦…

Read More