Author: TRUPTIMAYEE SAHOO

ଆଜିକାଲି ଫ୍ରିଜ ପ୍ରତ୍ୟେକ ଘରର ଏକ ଅତ୍ୟାବଶ୍ୟକ ଇଲେକ୍ଟ୍ରୋନିକ୍ ଉପକରଣ ହୋଇପାରିଛି । ବିଶେଷକରି ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି, ଖାଦ୍ୟ ସଂରକ୍ଷଣ, ଫଳ ଓ ପନିପରିବା ରଖିବା ପାଇଁ ରେଫ୍ରିଜରେଟରର ବ୍ୟବହାର ଅଧିକ ବଢ଼ିଯାଏ । କିନ୍ତୁ ଅନେକ ଲୋକ ଅଜାଣତରେ କିଛି ଏମିତି ଭୁଲ କରନ୍ତି, ଯାହା ଫ୍ରିଜକୁ ଧୀରେ ଧୀରେ ନଷ୍ଟ କରିଦିଏ ଏବଂ ମରାମତି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ଘରର ସ୍ଥାନ ବଞ୍ଚାଇବା କିମ୍ବା ସାଜସଜ୍ଜା ପାଇଁ ଅଧିକାଂଶ ଲୋକ ଫ୍ରିଜ ଉପରେ ବିଭିନ୍ନ ଜିନିଷ ରଖିଦିଅନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହି ଅଭ୍ୟାସ ଫ୍ରିଜ ପାଇଁ ବିପଦଜନକ। ଅନେକ ଘରେ ଦେଖାଯାଏ ଯେ ଲୋକମାନେ ଫ୍ରିଜ ଉପରେ ଫୁଲଦାନୀ, ପାତ୍ର କିମ୍ବା ଭାରୀ ସାମଗ୍ରୀ ରଖୁଛନ୍ତି। ଏହା ଦ୍ୱାରା ଫ୍ରିଜ ଉପରେ ଅତିରିକ୍ତ ଚାପ ପଡ଼େ। ଫଳରେ ଫ୍ରିଜର ଭିତରେ ଥିବା କମ୍ପ୍ରେସର ଓ ଅନ୍ୟାନ୍ୟ…

Read More