Author: TRUPTIMAYEE SAHOO

୨୦୨୪ ନିର୍ବାଚନର ଫଳାଫଳ ଓଡ଼ିଶାର ରାଜନୀତିରେ ଦୀର୍ଘବର୍ଷର ପରିବର୍ତ୍ତନ ଅପେକ୍ଷାକୁ ଭାଙ୍ଗି ଦେଇଥିଲା। ଦୀର୍ଘଦିନ ଧରି ବିରୋଧୀ ଦଳରେ ରହିଥିବା ଭାରତୀୟ ଜନତା ପାର୍ଟି ରାଜ୍ୟର ଶାସନ କ୍ଷମତାକୁ ନିଜ ବଳରେ ଆସିଲା- ତାହା ମଧ୍ୟ ପ୍ରଥମଥର ପାଇଁ। କିନ୍ତୁ ଏହି ସଫଳତା ଯୋଗୁ ଦଳର ନେତା ଓ ମନ୍ତ୍ରୀମାନେ ସଂଯମୀ ହେବା ପରିବର୍ତ୍ତେ ଯେଉଁ ଅତିରିକ୍ତ ଆତ୍ମବିଶ୍ୱାସ ସହିତ ଅହଂକାରୀ ହୋଇଗଲେ। ଫଳରେ ଗୋଷ୍ଠୀବିବାଦ ଦଳ ଭିତରେ ଗଢ଼ିଉଠିଲା, ତାହା ଏବେ ଶାସନ ବ୍ୟବସ୍ଥା ଓ ଦଳର ନୀତିକୁ ଚ୍ୟାଲେଞ୍ଜ କରୁଛି। ଏହି ପରିସ୍ଥିତିରେ ରାଜ୍ୟ ବିଜେପି କେବଳ ବିରୋଧୀ ଦଳମାନଙ୍କର ସାମ୍ନା କରୁନାହିଁ; ସେ ନିଜେ ନିଜକୁ ମଧ୍ୟ ସାମ୍ନା କରୁଛି; ଏବଂ ସେହି ସଂଘର୍ଷ ଏବେ ସଂଘ ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପର୍ଯ୍ୟନ୍ତ ଧକ୍କା ଦେଉଛି। ନିର୍ବାଚନୀ କ୍ୟାଲେଣ୍ଡର: ସମୟ ଅତ୍ୟନ୍ତ ସୀମିତ ୨୮ଟି ନୂଆ ଏନଏସି ଓ ୭ଟି ନୂଆ ମ୍ୟୁନିସିପାଲିଟି…

Read More