Author: TRUPTIMAYEE SAHOO

ପ୍ରକୃତି କେବେ କେବେ ମଣିଷ ଠାରୁ ଅଧିକ ଦୀର୍ଘସ୍ଥାୟୀ ଇତିହାସ ରଚନା କରେ । ଲକ୍ଷ-ଲକ୍ଷ ବର୍ଷ ଧରି ନିରବତାରେ ଗଢ଼ି ଉଠୁଥିବା ପଥର, ପାହାଡ଼, ନଦୀଗୁଡ଼ିକ ମାନବ ସଭ୍ୟତା ଆସିବା ପୂର୍ବରୁ ଏହି ପୃଥିବୀର ସାକ୍ଷୀ ରହିଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ବ୍ରାହ୍ମଣୀ ପ୍ରାକୃତିକ ତୋରଣ ସେହି ପ୍ରକୃତିକ ଆଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଗୋଟିଏ—ଯାହା କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତବର୍ଷ ପାଇଁ ଏକ ଅମୂଲ୍ୟ ଭୂତତ୍ତ୍ୱିକ ଐତିହ୍ୟ। ଦୁଃଖର ବିଷୟ ହେଉଛି, ଏପରି ଏକ ବିଶ୍ୱସ୍ତରୀୟ ପ୍ରାକୃତିକ ବିସ୍ମୟ ଥିବା ସତ୍ତ୍ୱେ ମଧ୍ୟ ଏହା ଏବେ ପର୍ଯ୍ୟନ୍ତ ଯଥାର୍ଥ ସମ୍ମାନ, ସୁରକ୍ଷା ଓ ପ୍ରଚାରରୁ ବଞ୍ଚିତ । ସଚେତନତା ସୃଷ୍ଟି ପାଇଁ ସୋସିଆଲ ମିଡିଆରେ ଯେଉଁ କ୍ଷୁଦ୍ର ବିବରଣୀ ପୋଷ୍ଟ କରାଯାଇଥିଲା, ତାହାର ମୂଳ ଉଦ୍ଦେଶ୍ୟ ମଧ୍ୟ ଏହି ଅବହେଳା ପ୍ରତି ଧ୍ୟାନ ଆକର୍ଷଣ କରିବା । ପ୍ରକୃତିର ଏକ ଅଦ୍ୱିତୀୟ ସୃଷ୍ଟି…

Read More