Author: TRUPTIMAYEE SAHOO

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପାର ଲୀଳା ଓ ତାଙ୍କ ସାମ୍ରାଜ୍ୟ କେବଳ ଓଡ଼ିଶା କିମ୍ବା ଭାରତ ସୀମାରେ ଆବଦ୍ଧ ନୁହେଁ, ବରଂ ଏହା ବିଦେଶ ମାଟି ପର୍ଯ୍ୟନ୍ତ ବ୍ୟାପି ରହିଛି। ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ନେଇ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବା ପୁରୁଣା ରେକର୍ଡ ଅନୁସାରେ, ପଡ଼ୋଶୀ ଦେଶ ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଜମି ଥିବା ଜଣାପଡ଼ିଛି। ଆଇନ ମନ୍ତ୍ରୀଙ୍କ ଏହି ବୟାନ ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହେବା ସହ କାଳିଆ ସାଆନ୍ତଙ୍କ ବିସ୍ତୃତ ସମ୍ପତ୍ତିର ଇତିହାସ ପୁଣି ଥରେ ଲୋକଲୋଚନକୁ ଆସିଛି। ପାକିସ୍ତାନ ଲିଙ୍କ୍: କ’ଣ କହିଲେ ଆଇନ ମନ୍ତ୍ରୀ? ଭୁବନେଶ୍ୱରରେ ଅନୁଷ୍ଠିତ ଶ୍ରୀମନ୍ଦିର ଜମି ସମସ୍ୟା ସମାଧାନ ଓ ସମୀକ୍ଷା ବୈଠକ ପରେ ଆଇନ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ…

Read More