Author: TRUPTIMAYEE SAHOO

କୁହାଯାଏ—ଯେତେବେଳେ ସେନାପତି ରଣଭୂମିରୁ ପାଦ ପଛକୁ ହଟାଇ ନିଅନ୍ତି, ସେତେବେଳେ ସେନାଙ୍କର ମନୋବଳ ଭାଙ୍ଗିଯିବା ସ୍ୱାଭାବିକ। କିନ୍ତୁ ଓଡ଼ିଶା ରାଜନୀତିରେ ଏବେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହାକୁ ଦେଖି ସାଧାରଣ ଲୋକେ ମଧ୍ୟ ହସିବାକୁ ବାଧ୍ୟ ହେଉଛନ୍ତି। ଗତ କିଛି ଦିନ ହେବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଅର୍ଥାତ୍ ବିଜେଡି ଏବଂ ଏହାର ନେତୃତ୍ୱ କେନ୍ଦ୍ର ସରକାରଙ୍କ ଖଣି ଆଇନ (MMDR Act) ସଂଶୋଧନକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବିରାଟ ବାତ୍ୟା ସୃଷ୍ଟି କରିଥିଲେ। ଓଡ଼ିଶାର ୧ ଲକ୍ଷ କୋଟିର ରାଜସ୍ୱ କ୍ଷତି ହୋଇଛି ବୋଲି ବଡ଼ ବଡ଼ ବୟାନବାଜି ଦିଆଯାଉଥିଲା। ଲୋକଙ୍କୁ ଭ୍ରମିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଲେଖାଲେଖି ଚାଲିଥିଲା। ଆଉ ଏହାପରେ ଘୋଷଣା କରାଗଲା—ରାଜଭବନ ଘେରାଉ କରାଯିବ! କିନ୍ତୁ ପ୍ରକୃତ ଲଢ଼େଇବେଳକୁ ଯାହା ଘଟିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ରାଜଭବନ ଆନ୍ଦୋଳନକୁ ଆସିବାକୁ ଥିବା ମୁଖ୍ୟ…

Read More