Author: TRUPTIMAYEE SAHOO

ରାଜଧାନୀର ସବୁଠାରୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟାନୁଷ୍ଠାନ AIIMS ଭୁବନେଶ୍ୱରରେ ଏବେ ନିଯୁକ୍ତିକୁ ନେଇ ଏମିତି ଏକ କଳା କାହାଣୀ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କର ବିଶ୍ୱାସ ହେବ ନାହିଁ। ଗୋଟିଏ ପଟେ ସୁରକ୍ଷା ସଂସ୍ଥାର ଅଧିକାରିକ ଚିଠି ଏବଂ ଅନ୍ୟପଟେ ନିରୀହ ଯୁବକଙ୍କୁ ଠକି ନେଇଥିବା ଲକ୍ଷ ଲକ୍ଷ ଟଙ୍କାର ହସ୍ତଲିଖିତ କାହାଣୀ—ଏହି ଦୁଇଟି ଦସ୍ତାବିଜ୍ ଏବେ ସୃଷ୍ଟି କରିଛି ବିରାଟ ହଇଚଇ! ଗତ ଅଗଷ୍ଟ ୨୯, ୨୦୨୬ ତାରିଖର ସେହି ଅଧିକାରିକ ଚିଠି ଉପରେ। ‘Bombay Integrated Security (India) Ltd.’ ବା BIS India Ltd. ପକ୍ଷରୁ ଏମ୍ସର Administrative Officerଙ୍କ ପାଖକୁ ଏକ ଚିଠି ପଠାଯାଇଥିଲା। ବିଷୟବସ୍ତୁ ଥିଲା—”Deployment of Hospital attendants against reliever”। ଏହି ଚିଠି ସହିତ ସଂଲଗ୍ନ ହୋଇଥିଲା ମୋଟ ୭୦ ଜଣ ନୂତନ କର୍ମଚାରୀଙ୍କ ଏକ ତାଲିକା। ପ୍ରଥମ ପୃଷ୍ଠାରୁ ତୃତୀୟ ପୃଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ନାଁ, ଡେଜିଗନେସନ ଏବଂ ମୋବାଇଲ୍…

Read More