Author: TRUPTIMAYEE SAHOO

ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ମଞ୍ଚରେ ଆର୍ଥିକ ତଥା ରଣନୈତିକ ସମ୍ପର୍କକୁ ନେଇ ବଡ଼ ମନ୍ଥନ ଆରମ୍ଭ ହୋଇଛି। ବିଶେଷ କରି ଚୀନ୍ ସହିତ ଲଗାତାର ବୃଦ୍ଧି ପାଉଥିବା ବାଣିଜ୍ୟିକ ନିଅଣ୍ଟ କୁ କମାଇବା, ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକୀୟ ଡଲାର୍ ପରିବର୍ତ୍ତେ ନିଜସ୍ୱ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଏବଂ କୃତ୍ରିମ ବୁଦ୍ଧିମତା ତଥା ସେମିକଣ୍ଡକ୍ଟର ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ସହଭାଗିତାକୁ ମଜଭୁତ କରିବା ଉପରେ ଭାରତ ସର୍ବାଧିକ ଗୁରୁତ୍ୱାରୋପ କରୁଛି। ଗ୍ଲୋବାଲ୍ ସାଉଥ୍‌ର ସ୍ୱାର୍ଥ ରକ୍ଷା ସହିତ ଭାରତ ନିଜର ଆର୍ଥିକ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ଏହି ସମ୍ମିଳନୀକୁ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଅଣ୍ଟା ଭିଡ଼ିଛି। ଚୀନ୍ ଓ ବ୍ରିକ୍ସ ରାଷ୍ଟ୍ରଙ୍କ ସହ ବୃଦ୍ଧି ପାଉଥିବା ବ୍ୟାପାର ନିଅଣ୍ଟ ଚିନ୍ତାର କାରଣ ନିକଟରେ ପ୍ରକାଶିତ ଅର୍ଥନୈତିକ ଥିଙ୍କ୍-ଟ୍ୟାଙ୍କ୍ ‘ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍’ (GTRI)…

Read More