Author: TRUPTIMAYEE SAHOO

ଦିଲ୍ଲୀର ଐତିହାସିକ ଜନ୍ତର ମନ୍ତରରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ୧୪ ବର୍ଷୀୟା ନାବାଳିକା ଝିଅ ଏବଂ ତାଙ୍କ ପରିବାର ଉପରେ ହେଉଥିବା ଆକ୍ରମଣ ଓ ହଇରାଣ ଘଟଣାକୁ ଦେଶର ସର୍ବୋଚ୍ଚ ଅଦାଲତ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ନାବାଳିକାଙ୍କ ପିତାଙ୍କୁ ମାଡ଼ ମରାଯିବା, ତାଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରକୁ ଢେଲା ପଥର ଫିଙ୍ଗାଯିବା ଏବଂ ପରିବାରକୁ ଖୋଲା ଧମକ ଦିଆଯାଉଥିବା ନେଇ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୋଲିସକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ବି ଉପଦ୍ରବୀଙ୍କୁ ଖୋଲାରେ ବୁଲିବା ଏବଂ ଜଣେ ନାବାଳିକା ତଥା ତାଙ୍କ ପରିବାରକୁ ଭୟଭୀତ…

Read More