Author: TRUPTIMAYEE SAHOO

ଇଲେକ୍ଟ୍ରିକ୍ ଯାନ (EV) ମାଲିକମାନଙ୍କ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି , ବ୍ୟାଟେରୀର ଅକାଳ ନଷ୍ଟ ହେବା ଏବଂ ଚାର୍ଜିଂ ସମୟରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡର ଆଶଙ୍କା । IIT ଗାନ୍ଧୀନଗରର ବୈଜ୍ଞାନିକମାନେ ଏଥିପାଇଁ ଏକ ସ୍ମାର୍ଟ ସମାଧାନ ପ୍ରସ୍ତୁତ କରିଛନ୍ତି । ସେମାନେ ଏକ ‘ବୁଦ୍ଧିମାନ ଚାର୍ଜିଂ’ ପ୍ରଯୁକ୍ତି ବିକଶିତ କରିଛନ୍ତି ଯାହା ପ୍ରତ୍ୟେକ ଚାର୍ଜିଂ ସେସନ୍ ଆରମ୍ଭ ହେବା ପୂର୍ବରୁ ପାଣିପାଗ ପରିସ୍ଥିତି ଏବଂ ବ୍ୟାଟେରୀ ସ୍ୱାସ୍ଥ୍ୟର ମୂଲ୍ୟାଙ୍କନ କରେ । ତା’ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ ସବୁଠାରୁ ସୁରକ୍ଷିତ ଚାର୍ଜିଂ ଗତି ଏବଂ ପଦ୍ଧତି ର ନିର୍ଣ୍ଣୟ କରେ । ଦାବି କରାଯାଇଛି ଯେ , ଏହି ପ୍ରଯୁକ୍ତି ବ୍ୟାଟେରୀ ଜୀବନ ବୃଦ୍ଧି କରିବାରେ, ଚାର୍ଜିଂ ସୁରକ୍ଷା ବଢ଼ାଇବାରେ ଏବଂ ‘ଲିଥିୟମ୍ ପ୍ଲେଟିଂ’କୁ ରୋକିବାରେ ସାହାଯ୍ୟ କରିପାରିବ । ଏକ ଘଟଣା ଯାହା ଅଗ୍ନିକାଣ୍ଡର ଏକ ପ୍ରାଥମିକ କାରଣ ଭାବରେ ବିବେଚିତ ହୁଏ ।…

Read More