Author: TRUPTIMAYEE SAHOO

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନଲଙ୍କୁ ଭେଟିଥିଲେ । ବୈଠକ ସମୟରେ, ସେ ଭାରତ ଏବଂ ନେପାଳ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଉଲ୍ଲେଖ କରିଥିଲେ ଏବଂ ଏହି ସମ୍ପର୍କର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ପାଇଁ ପାରସ୍ପରିକ ସମ୍ପର୍କକୁ ନିର୍ଣ୍ଣାୟକ ଭାବରେ ଆଗକୁ ବଢ଼ାଇବାର ସୁଯୋଗ ଉପରେ ଆଲୋକପାତ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କରେ ସମସ୍ତ ଦିଗ ,’ବିକାଶ ,ସହଯୋଗ, ସଂଯୋଗୀକରଣ, ବାଣିଜ୍ୟ ଏବଂ ପରିବହନ, ଶକ୍ତି ଏବଂ ଲୋକ ସମ୍ପର୍କ କୁ ନେଇ ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।’ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନଲଙ୍କ ଭାରତ ଗସ୍ତ ନେପାଳର ବୈଦେଶିକ ମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଖାନଲ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା…

Read More