Author: TRUPTIMAYEE SAHOO

ଓଡ଼ିଶାର ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର ହେଉଛି କୃଷି । ଚାଷୀଙ୍କ କାମ ଓ ମାଟିର ସୁଗନ୍ଧରେ ଏହି ରାଜ୍ୟର ଖାଦ୍ୟ ସୁରକ୍ଷା ଓ ସାମାଜିକ ସ୍ଥିରତା ଗଢ଼ିଉଠିଛି। କିନ୍ତୁ ଯେତେବେଳେ ସରକାରୀ କ୍ରୟ ବ୍ୟବସ୍ଥା ନିଜେ ଚାଷୀଙ୍କ ଉପରେ ଭାର ହେଇଯାଏ, ସେତେବେଳେ ପ୍ରଶ୍ନ ଉଠେ— ଏହା କୃଷକ-ମିତ୍ର ସରକାର କି ମିଛୁଆ ସରକାର? ସରକାରୀ ଘୋଷଣା ଅନୁଯାୟୀ, ଧାନ କ୍ରୟ କେନ୍ଦ୍ରଗୁଡ଼ିକରେ ମାତ୍ର ଦୁଇ ପ୍ରକାର ଧାନ— ସାଧାରଣ ଧାନ ଓ ଏଫଏକ୍ୟୁ ମାନର ଧାନ— କ୍ରୟ କରାଯିବ। ଏହି ଦୁଇ ଶ୍ରେଣୀ ବ୍ୟତୀତ ଅନ୍ୟ କୌଣସି ଆଧାରରେ କଟନୀଛଟନୀ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ଭୂମିସ୍ତରର ଚିତ୍ର ଏହାର ସମ୍ପୂର୍ଣ୍ଣ ବିପରୀତ। ବିଭିନ୍ନ ଜିଲ୍ଲାରୁ ଆସୁଥିବା ରିପୋର୍ଟ ଦେଖାଉଛି ଯେ କ୍ୱିଣ୍ଟାଲ ପିଛା ୨ କେଜିରୁ ୧୫ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି । କେଉଁଠି ୩ କେଜି, କେଉଁଠି ୫ କେଜି,…

Read More