Author: TRUPTIMAYEE SAHOO

ବିଜେଡିରୁ ନିଲମ୍ବିତ ହେବା ପରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ନୂଆ ଆସନରେ ବସିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ ଅଧିବେଶନରେ ଏହି ଦୁଇଜଣ ନିଜ ଆସନରେ ବସି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି। ପୂର୍ବରୁ ଅରବିନ୍ଦ ମହାପାତ୍ର G19 ଆସନରେ ବସୁଥିଲେ, ଏବେ F19 ଆସନ ମିଳିଛି। ସେହିପରି, ସନାତନ ମହାକୁଡ଼ F14 ଆସନରୁ F21 ଆସନକୁ ପରିବର୍ତ୍ତିତ ହୋଇଛନ୍ତି। ଏହି ପରିବର୍ତ୍ତନରେ ସନାତନଙ୍କ ଆସନ ମାଧବ ଧଡାଙ୍କ ସିଟ୍ ସହ ସହଯୋଗରେ ପରିବର୍ତ୍ତିତ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି ତାଙ୍କ ଅଭିଭାଷଣରେ ଓଡ଼ିଶାର ଉନ୍ନତି, ଆର୍ଥିକ ସ୍ଥିରତା, ମେକ୍ ଇନ୍ ଓଡ଼ିଶା ଏବଂ ଉଦ୍ୟୋଗରେ ବଢ଼ିଥିବା ଗତିବିଧିରେ ଗୁରୁତ୍ୱ ଦେଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନ୍ ଇସ୍ପାତ କାରଖାନା ଅଛି,…

Read More