Author: TRUPTIMAYEE SAHOO

କେନ୍ଦ୍ର ସରକାର ଆସନ୍ତା ୨୮ ତାରିଖରୁ କିଶୋରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ରୋକିବା ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହେବ ।ଟୀକାକରଣରେ ପ୍ରଥମେ ୧୪ ବର୍ଷ ଯାଏ ଝିଅଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯିବ, ଯେଉଁଥିରେ ଟୀକା ସର୍ଭାଇକାଲ୍ କ୍ୟାନ୍ସର ପ୍ରତିରୋଧ କରିବାରେ ସାହାଯ୍ୟ କରିବ। ୧୪ ବର୍ଷରୁ ବାହାଘର ଝିଅଙ୍କ ପାଇଁ ଟୀକାକରଣ ୩ ଡୋଜ୍ ରୂପେ ଦିଆଯିବ, ଯାହା ସର୍ଭାଇକାଲ୍ କ୍ୟାନ୍ସର ରୋଗକୁ ପ୍ରତିହତ କରିବାରେ ଅଧିକ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ଏହି ନିତି ପାଇଁ ନୂଆ ଗାଇଡଲାଇନ୍ ଆଣିଛି ଯାହା ଏହି ଅଭିଯାନକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର୍କଟ ରୋଗ ପ୍ରତିହତ କରିବା । ଏହି…

Read More