ବିଶ୍ୱ ବଜାର ତଥା ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଚୀନ୍ର ଏକଛତ୍ରବାଦ ପ୍ରଭୁତ୍ୱକୁ କ୍ଷୁଣ୍ଣ କରିବା ପାଇଁ ଭାରତ ଏକ ବଡ଼ କୂଟନୈତିକ ଏବଂ ରଣନୈତିକ ରଣନୀତି ପ୍ରସ୍ତୁତ କରିଛି। ଇଣ୍ଡୋ-ପାସିଫିକ୍ ଅଞ୍ଚଳକୁ ମୁକ୍ତ ଏବଂ ସୁରକ୍ଷିତ ରଖିବା ସହିତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ‘ରେୟାର୍ ଅର୍ଥ ଏଲିମେଣ୍ଟସ’ ଏବଂ କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଚୀନ୍ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ଏବେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଜାପାନ ସହ ହାତ ମିଳାଇଛି। ଏହି ଚାରି ଦେଶ ମିଶି ଏକ ନିର୍ଭରଯୋଗ୍ୟ ଏବଂ ସ୍ୱତନ୍ତ୍ର ସପ୍ଲାଇ ଚେନ୍ ଗଠନ କରିବାକୁ ଯାଉଛନ୍ତି, ଯାହା ଭବ୍ୟ ଆଞ୍ଚଳିକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବ।

କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି କ୍ରିଟିକାଲ ମିନେରାଲ୍ସ?
ଲିଥିୟମ୍, କୋବାଲ୍ଟ, ନିକେଲ୍ ଏବଂ ଅନ୍ୟାନ୍ୟ ରେୟାର୍ ଅର୍ଥସ ଖଣିଜ ସମ୍ପଦ ଆଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଅତ୍ୟନ୍ତ ଜରୁରୀ। ସ୍ମାର୍ଟଫୋନ୍, ଇଲେକ୍ଟ୍ରିକ୍ ଭେହିକିଲ୍ ବ୍ୟାଟେରୀ, ସୋଲାର ପ୍ୟାନେଲ୍ ଠାରୁ ଆରମ୍ଭ କରି ଯୁଦ୍ଧବିମାନ ଏବଂ ସାଟେଲାଇଟ୍ ନିର୍ମାଣରେ ଏହି ଖଣିଜ ପଦାର୍ଥ ଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ। ବର୍ତ୍ତମାନ ସାରା ବିଶ୍ୱରେ ଏହି ସମ୍ପଦର ପ୍ରକ୍ରିୟାକରଣ ଓ ଯୋଗାଣ ଉପରେ ଚୀନ୍ର ପ୍ରାୟ ୭୦ ରୁ ୮୦% ନିୟନ୍ତ୍ରଣ ରହିଛି। ଚୀନ୍ ଅନେକ ସମୟରେ ଏହାକୁ ଏକ କୂଟନୈତିକ ହତିଆର ଭାବେ ବ୍ୟବହାର କରି ଅନ୍ୟ ଦେଶଗୁଡ଼ିକୁ ଚାପରେ ରଖିବାକୁ ଚେଷ୍ଟା କରେ। ଭାରତର ଏହି ନୂତନ ଗୋଟି ଚାଳନା ଦ୍ୱାରା ଚୀନ୍ର ଏହି ଏକଚାଟିଆ କାରବାର ଭାଙ୍ଗିବ।
Over the next few days, I will be attending various programmes in Indonesia, Australia and New Zealand. The aim of these meetings would be to boost economic and strategic cooperation with these valued developmental partners and ensure the youth of our nation get more…
— Narendra Modi (@narendramodi) July 6, 2026
ଦେଶଗୁଡ଼ିକର ରଣନୈତିକ ଭାଗିଦାରୀ
ଏହି ମେଣ୍ଟରେ ସାମିଲ ପ୍ରତ୍ୟେକ ଦେଶର ନିଜସ୍ୱ ଭୂଗୋଳିକ ଏବଂ ଅର୍ଥନୈତିକ ଗୁରୁତ୍ୱ ରହିଛି। ଅଷ୍ଟ୍ରେଲିଆ ପାଖରେ ବିପୁଳ ପରିମାଣର ଲିଥିୟମ୍ ଏବଂ କ୍ରିଟିକାଲ ମିନେରାଲ୍ସର ସଂରକ୍ଷିତ ଭଣ୍ଡାର ଥିବା ବେଳେ ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ବଡ଼ ନିକେଲ୍ ଉତ୍ପାଦନକାରୀ ଦେଶ। ଜାପାନ ପାଖରେ ଏହି ଖଣିଜଗୁଡ଼ିକର ଅତ୍ୟାଧୁନିକ ପ୍ରକ୍ରିୟାକରଣ ଏବଂ ହାଇ-ଟେକ୍ ଉତ୍ପାଦନର ବୈଷୟିକ ଜ୍ଞାନକୌଶଳ ରହିଛି। ଭାରତ ଏହି ସମସ୍ତ ସମ୍ପଦ ଓ ପ୍ରଯୁକ୍ତିକୁ ଏକାଠି କରି ନିଜ ଦେଶରେ ବିପୁଳ ଶିଳ୍ପ ପ୍ରତିଷ୍ଠା କରିବା ସହ ଏକ ବିକଳ୍ପ ବିଶ୍ୱ ଯୋଗାଣ କେନ୍ଦ୍ର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।
ଏହା ସହିତ ଦକ୍ଷିଣ ଚୀନ୍ ସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ବଦ୍ଧିତ ସାମରିକ ଗତିବିଧିକୁ ରୋକିବା ପାଇଁ ଏହି ଦେଶଗୁଡ଼ିକ ସାମୁଦ୍ରିକ ସୁରକ୍ଷା ଏବଂ ସୂଚନା ଆଦାନପ୍ରଦାନକୁ ଆହୁରି ମଜବୁତ କରିବେ। ଭାରତର ଏହି ବହୁପାକ୍ଷିକ ରଣନୀତି କେବଳ ଦେଶର ପ୍ରତିରକ୍ଷା ଓ ବୈଷୟିକ କ୍ଷେତ୍ରକୁ ସୁରକ୍ଷିତ କରିବ ନାହିଁ, ବରଂ ବିଶ୍ୱ ମଞ୍ଚରେ ଚୀନ୍ ସାମ୍ନାରେ ଭାରତକୁ ଏକ ଶକ୍ତିଶାଳୀ ନେତା ଭାବେ ଉପସ୍ଥାପିତ କରିବ।


