Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସରେ ୨୦୨୪ ଏକ ବଡ଼ ପରିବର୍ତ୍ତନର ବର୍ଷ ଥିଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତା ଦଖଲ କଲା। ଜଣେ ସାଧାରଣ ପରିବାରରୁ ଆସିଥିବା ଆଦିବାସୀ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ। କିନ୍ତୁ କ୍ଷମତା ପାଇବାର କିଛି ମାସ ମଧ୍ୟରେ ହିଁ ସରକାର ଓ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ “ନିଜ ଲୋକଙ୍କ” ଅସନ୍ତୋଷ ଏବେ ପଦାରେ ପଡ଼ିବାରେ ଲାଗିଛି। ୨୦୦୬ର ଚଳଚ୍ଚିତ୍ର ‘ଲଗେ ରହୋ ମୁନ୍ନା ଭାଇ’ରେ ନାୟକ ସଞ୍ଜୟ ଦତ୍ତ ଓ ସହ ନାୟକ ଅର୍ସଦ ୱାର୍ସୀ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ପାଇଁ ଗାନ୍ଧୀବାଦର ବାହାନା ନେଇଥିଲେ। ଠିକ୍ ସେହିଭଳି ଓଡ଼ିଶା ବିଜେପିର କିଛି ତୁଙ୍ଗ ନେତା ନିଜର ମହତ୍ତ୍ୱାକାଂକ୍ଷା ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାବମୂର୍ତ୍ତିକୁ ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ହୋଇଥିବା…

Read More