Author: TRUPTIMAYEE SAHOO

୨୬ ଫେବୃଆରୀ  ଦ୍ୱିପ୍ରହର ୧୨ଟା ୧୬ମିନିଟ୍‌ରେ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହାପରେ ସେ ଓଲଟା ଗତିରେ ଗୋଚର କରି ୨୦ ମାର୍ଚ୍ଚ ବିଳମ୍ବିତ ରାତି ୧ଟା ୨ମିନିଟ୍‌ରେ ପୁନଃ ସିଧା ଚାଳନ ଆରମ୍ଭ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧକୁ ବୁଦ୍ଧି, ବାଣୀ, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ବୋଲି ମନାଯାଏ । ଜନ୍ମକୁଣ୍ଡଳୀରେ ବୁଧଙ୍କ ଅବସ୍ଥାନ ବ୍ୟକ୍ତିର ମାନସିକ କ୍ଷମତା, ବ୍ୟବସାୟିକ ସଫଳତା ଓ ନିଷ୍ପତ୍ତିଗତ କୌଶଳ ଉପରେ ପ୍ରଭାବ ପକାଏ । ଶରୀରରେ ଏହାର ପ୍ରଭାବ ମୁଖ୍ୟତଃ ଗଳା ଓ କାନ୍ଧ ସହିତ ସମ୍ପର୍କିତ ବୋଲି କୁହାଯାଏ । ପ୍ରସିଦ୍ଧ ଜ୍ୟୋତିଷ ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ କହିବା ଅନୁସାରେ, ବୁଧଙ୍କ ଏହି ପ୍ରତିଗାମୀ ଗୋଚର ସମୟରେ ସମସ୍ତ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିବ । ଆସନ୍ତୁ ଜାଣିବା କେମିତି ରହିବ ଏହି ସମୟ ଏବଂ କେଉଁ…

Read More