Author: TRUPTIMAYEE SAHOO

ତେଲେଙ୍ଗାନାର ଏକ ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଓ ଆକର୍ଷଣୀୟ ବିବାହ ଦୃଶ୍ୟ । ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ଅନନ୍ୟ ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ଚାଲିଛି । ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲା ଘନପୁର ଗାଁର ଦୁଇ ଯାଆଁଳା ଭାଇ ବିଜୟ ଓ ବିନୟଙ୍କର ବିବାହ ନିଜାମବାଦ ଜିଲ୍ଲାର ଡେମୀ କାଲାନ ଗାଁର ଦୁଇ ଯାଆଁଳା ଭଉଣୀ କୀର୍ତ୍ତନା ଓ କିର୍ତ୍ତୀଙ୍କ ସହ ବେଦିକ ରୀତିରେ ସମ୍ପନ୍ନ ହୋଇଛି। ଗତ ରବିବାର ଏହି ବିବାହ ଆୟୋଜିତ ହୋଇଥିଲା। ବିବାହ ମଣ୍ଡପରେ ଦୁଇ ଦମ୍ପତିଙ୍କୁ ପାଖାପାଖି ବସିଥିବା ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ଏକା ପରି  ଦେଖାଯାଉଥିବା ଯାଆଁଳା ଭାଇ ଓ ଭଉଣୀଙ୍କ ଏହି ବିବାହ ଦୃଶ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା। ପାଖପାଖି ଗାଁର ଲୋକମାନେ…

Read More