Author: TRUPTIMAYEE SAHOO

ବିବାହ ମଣ୍ଡପରେ ରକ୍ତରଞ୍ଜିତ ଘଟଣା । କନ୍ୟାଙ୍କୁ ଗୁଳି ମାରି ଅଭିଯୁକ୍ତ ପ୍ରେମିକ ଫେରାର । ଏଭଳି  ଘଟଣା ବକ୍ସର ସହରରେ ଘଟିଛି, ଯାହା ସମଗ୍ର ଅଞ୍ଚଳକୁ ଉତ୍ତେଜିତ କରିଛି । ମଙ୍ଗଳବାର ରାତିରେ ସହରର ଏକ ବିବାହ ମଣ୍ଡପରେ ଆନନ୍ଦ ଓ ଉଲ୍ଲାସ ଚାଲିଥିବାବେଳେ ହଠାତ୍ ଗୁଳିର ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । ମଣ୍ଡପରେ  ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଚଢ଼ି କନ୍ୟାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଳିଟି କନ୍ୟା ଆରତୀଙ୍କ ପେଟରେ ବାଜିଥିଲା। ଗୁରୁତର ଆହତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଅସନ୍ତୋଷ ଓ ଆତଙ୍କ ସୃଷ୍ଟି ହୋଇଥିଲା । ପରିବାର ଲୋକ ଓ ଅତିଥିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ପରେ ଭଲ ଚିକିତ୍ସା ପାଇଁ ବାରଣାସୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ କହିବା ଅନୁସାରେ, ତାଙ୍କ ଅବସ୍ଥା ବର୍ତ୍ତମାନ…

Read More