Author: TRUPTIMAYEE SAHOO

ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ପୋଲ ଉପରେ ଅଧା ଝୁଲି ରହିଗଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ । ଏହି ଅଘଟଣ ଆଜି ସକାଳ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଅତାବିରା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ ଏକ ଘରୋଇ ବସ୍ ସମ୍ଭଲପୁର ରୁ ବରଗଡ଼ ଅଭିମୁଖେ ଯାଉଥିଲା। ବସ୍‌ଟି ଦମ୍‌ଦମା ନଦୀ ପୋଲ ଉପରେ ପହଞ୍ଚିବା ସମୟରେ ଚାଳକ ହଠାତ୍ ଭାରସାମ୍ୟ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଫଳରେ ବସ୍‌ଟି ପୋଲର ସୁରକ୍ଷା ବାଡ଼ ଉପରକୁ ଚଢ଼ି ଅଧା ଝୁଲିଥିବା ଅବସ୍ଥାରେ ଅଟକିଯାଇଥିଲା। ଘଟଣା ଘଟିବା ସହିତ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। କେତେକ ଯାତ୍ରୀ ଚିତ୍କାର କରିବା ସହିତ ଅନ୍ୟମାନେ ବସ୍‌ରୁ ବାହାରିବା ପାଇଁ ଉଦ୍ୟମ କରିଥିଲେ।  ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ତୁରନ୍ତ ସ୍ଥାନୀୟ ଲୋକମାନେ ଓ ପୋଲିସ ମିଶି…

Read More