Author: TRUPTIMAYEE SAHOO

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାରେ ଖାଲି ହୋଇଥିବା ୪ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ମତଦାନ ହେବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଅଧିକୃତ ସୂଚନା ଜାରି କରାଯାଇଛି । ଜାରି ହୋଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୬ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ହେବ । ପ୍ରାର୍ଥୀମାନେ ଯଦି ନାମ ପ୍ରତ୍ୟାହାର କରିବାକୁ ଚାହାଁନ୍ତି, ସେଥିପାଇଁ ମାର୍ଚ୍ଚ ୯ ତାରିଖ ଶେଷ ସମୟସୀମା ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହି ଦିନ ଅପରାହ୍ନରେ ମତଗଣନା ମଧ୍ୟ ସମ୍ପନ୍ନ ହେବ। ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଧାନସଭା ପରିସରରେ ଆୟୋଜିତ ହେବ। ଓଡ଼ିଶାରେ ଏଥର ୪ଟି ରାଜ୍ୟସଭା ଆସନ ପାଇଁ…

Read More