Author: TRUPTIMAYEE SAHOO

ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ର ବିଜାପୁର ଜିଲ୍ଲା ଅଞ୍ଚଳରେ ସୁରକ୍ଷାବାହିନୀ ସହ ମାଓବାଦୀଙ୍କ ଗୁଳିବିନିମୟ ଘଟି ୨ ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟର ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ କୂଳବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଏହି ଅଞ୍ଚଳ ମାଲକାନଗିରି ସୀମାନ୍ତ ସହ ଲାଗିଥିବାରୁ ଦୁଇ ରାଜ୍ୟର ସୁରକ୍ଷାବାହିନୀ ଯୁକ୍ତ ଅଭିଯାନ ଚାଲାଇଥିଲେ। ସୂତ୍ର ଅନୁସାରେ ମାଓବାଦୀ ପ୍ରଭାବ ନେଇ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ଭିତରୁ ମାଓବାଦୀମାନେ ସୁରକ୍ଷାବାହିନୀ ଉପରେ ଅଚାନକ ଗୁଳିଚାଳନା କରିଥିଲେ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ଦୁଇ ପକ୍ଷରେ ଗୁଳିବିନିମୟ ଚାଲିଥିଲା । ଏହି ଏନକାଉଣ୍ଟରରେ ୨ ଜଣ ହାର୍ଡକୋର ମାଓବାଦୀ ଟଳିଥିବା ବେଳେ ଅନ୍ୟମାନେ…

Read More