Author: TRUPTIMAYEE SAHOO

ରାଜଧାନୀରେ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇବା ପାଇଁ ଏକ ନୂତନ ଅତିଥିଭବନ ‘ନୂଆ ଓଡ଼ିଶା ଭବନ’ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ମିଳୀତ ହୋଇ ଏହି ପ୍ରକଳ୍ପର ଆରମ୍ଭ କରିଛନ୍ତି । ପୁରୁଣା ଓଡ଼ିଶା ଭବନକୁ ଅସୁରକ୍ଷିତ ଘୋଷଣା କରି ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏହି ନୂତନ ଭବନର ନିର୍ମାଣ କଳିଙ୍ଗ ଶୈଳୀରେ ହେବାକୁ ଯାଉଛି । ଏହାର ଆର୍କିଟେକ୍ଚର କଳିଙ୍ଗ ଶୈଳୀରେ ଆଧାରିତ, ଯେଉଁଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ ଓ ଇକତ୍ ଡିଜାଇନର ଛାପ ଦେଖାଯିବ । ଭବନ ପ୍ରାୟ ୦.୪୩ ଏକର ଜମିରେ ନିର୍ମିତ ହେବ ଏବଂ ଏହାର କୁଳ ଅଞ୍ଚଳ ହେବ ୫,୨୮୫ ବର୍ଗ ମିଟର । ଏହାର ଗଠନରେ ୩ଟି ବେସମେଣ୍ଟ ଗ୍ରାଉଣ୍ଡ ଫ୍ଲୋର ଏବଂ ୬ଟି ମହଲା ଥିବା ସହ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।…

Read More