Author: TRUPTIMAYEE SAHOO

ଭାରତରେ ହ୍ୱାଟ୍ସଆପ୍ ୟୁଜର୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଲା । କେନ୍ଦ୍ର ସରକାର ପୁଣିଥରେ ସ୍ପଷ୍ଟ କରିଛି ଯେ ସିମ୍-ବାଇଣ୍ଡିଂ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ନିୟମ ଅନୁଯାୟୀ ମେସେଜିଂ ଆପ୍ ସହିତ ଯୋଗାଯୋଗ କରିବା ପାଇଁ ଏକ ସକ୍ରିୟ ସିମ୍ ଆବଶ୍ୟକ ହେବ । ମାର୍ଚ୍ଚ ୧, ୨୦୨୬ ରୁ ସମସ୍ତ ମେସେଜିଂ ପ୍ଲାଟଫର୍ମରେ ଏହି ନିୟମ ଲାଗୁ ହେବ। ସିମ୍-ବାଇଣ୍ଡିଂ ନିୟମ ମାନେ ହେଉଛି, ଯେକୌଣସି ମେସେଜିଂ ଆପ୍—ହ୍ୱାଟ୍ସଆପ୍, ଟେଲିଗ୍ରାମ, ସିଗ୍ନାଲ, ସ୍ନାପଚାଟ, ଶେୟାର ଚାଟ, ଜିଓ ଚାଟ, ଅରଟଇ ଓ ଜୋସ୍—କାମ କରିବା ପାଇଁ ସକ୍ରିୟ ସିମ୍ ଆବଶ୍ୟକ। ସିମ୍ ମୋବାଇଲରୁ ହଟିଲେ କିମ୍ବା ଡିଆକ୍ଟିଭେଟ ହେଲେ ଏହି ଆପ୍ କାର୍ଯ୍ୟ ନିର୍ବାହ କରିପାରିବେ ନାହିଁ। ଭାରତରେ ହ୍ୱାଟ୍ସଆପ୍ ପ୍ରାୟ ୫୦ କୋଟି ଉପଭୋକ୍ତା ରହିଛନ୍ତି, ଯାହା ଏହି ନିୟମର ଗୁରୁତ୍ୱକୁ ସୂଚିତ କରେ। ଟେଲିକମ୍ୟୁନିକେସନ ସାଇବର ସିକ୍ୟୁରିଟି ଆମେଣ୍ଡମେଣ୍ଟ-୨୦୨୫ ଅନୁସାରେ…

Read More